କୋଭିଡ ନିୟନ ନ ମାନି ଏପ୍ରିଲ ମାସରେ ୪୧୮ ଅମାନିଆ ଗିରଫ : ଡିଜିପି

ଭୁବନେଶ୍ୱର- ରାଜ୍ୟରେ କୋରୋନାର ମୁକାବିଲା ନେଇ ଡିଜିପି ଅଭୟ ପ୍ରେସମିଟ୍ କରି କହିଛନ୍ତି ଯେ, ଏବେ ବି ବହୁ ଅମାନିଆ କୋଭିଡ ନିୟମ ମାନୁନାହାନ୍ତି । ସେମାନଙ୍କୁ ସତର୍କ କରିଛନ୍ତି ଡିଜିପି । ଅପରାଧ ନିୟନ୍ତ୍ରଣ ପୋଲିସର ମୁଖ୍ୟ କାମ । ଏଥିରେ ସନ୍ତୋଷ ମିଳେ । କିନ୍ତୁ ବର୍ତ୍ତମାନର ସ୍ଥିତିରେ ଅମାନିଆଙ୍କୁ ଧରିବାରେ ସମୟ ଯାଉଛି । ବହୁ ଅପରାଧୀ ଓ ୱାରେଂଟି ବୁଲୁଛନ୍ତି । କିନ୍ତୁ ପୋଲିସ ଅମାନିଆଙ୍କୁ ଧରୁଛି । ପରିସ୍ଥିତି ବାଧ୍ୟ କରିବାରୁ ଅନିଚ୍ଛା ସତ୍ତ୍ୱେ ପୋଲିସ ଏହା କରୁଛି ବୋଲି ଡିଜିପି କହିଛନ୍ତି । ଏପ୍ରିଲ ମାସରେ କୋଭିଡ ନିୟମ ନ ମାନି ୪୧୮ ଅମାନିଆ ଗିରଫ ହୋଇଛନ୍ତି । ମାସକରେ ୩୫୦ଟି ଦୋକାନ ଓ ଅନୁଷ୍ଠାନକୁ ସିଲ୍ କରାଯାଇଛି । ୧୮ ହଜାର ଗାଡି ଜବତ କରାଯାଇଛି । ମାସ୍କ ନ ପିନ୍ଧି ୫ କୋଟି ୨୪ ଲକ୍ଷ ଜରିମାନା ଗଣିଛନ୍ତି ଦେଢ ଲକ୍ଷ ଅମାନିଆ । ଏପ୍ରିଲରେ ମୋଟ ୫ କୋଟି ୬୭ ଲକ୍ଷ ଜରିମାନା ଆଦାୟ କରିଛି ପୋଲିସ ।

Comments are closed.