କୋଭିଡ ପରିଚାଳନା ଲାଗି କଟକ ମହାନଗର ନିଗମକୁ ସିଏମଆରଏଫରୁ ୧୦ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର- କୋଭିଡ ମୁକାବିଲା ପାଇଁ କଟକ ମହାନଗର ନିଗମକୁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଆର୍ଥିକ ସହାୟତା ଦିଆଯାଇଛି । ଏହି ଟଙ୍କା କୋଭିଡ ପରିଚାଳନାରେ ଖର୍ଚ୍ଚ ହେବ । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ୧୦ କୋଟି ପ୍ରଦାନ କରିଥିଲେ । କଟକରେ କୋରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।

Comments are closed.