କୋଭିଡ ସଂକ୍ରମଣ ଦୃଷ୍ଟିରୁ ପିପିଲି ଉପନିର୍ବାଚନ ସ୍ଥଗିତ ରଖିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ – କୋଭିଡ ସଂକଟ ଦୃଷ୍ଟିରୁ ପିପିଲି ବିଧାନସଭା ଉପନିର୍ବାଚନ ଘୁଂଚାଇ ଦେଇଛନ୍ତି ନିର୍ବାଚନ କମିଶନ । ଏ ନେଇ କେନ୍ଦ୍ର ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ ୧୬ରେ ପିପିଲି ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଥାଆନ୍ତି । କିନ୍ତୁ କୋରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ବୃଦ୍ଧି ଚ୍ୟାଲେଂଜ ସୃଷ୍ଟି କରିଥିବାରୁ ନିର୍ବାଚନ ଘୁଚାଂଇବା ପାଇଁ ଦାବି ହେଉଥିଲା ।

Comments are closed.