କୋଭିଡ ସୁପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ମିଳିଲା ସ୍କଚ୍ ଅର୍ଡର ଅଫ ମେରିଟ୍‌

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲାକୁ ଜାତୀୟସ୍ତରରେ ଆଉ ଏକ ସ୍ୱୀକୃତି କୋଭିଡ-୧୯ର ସଫଳ ପରିଚାଳନା ପାଇଁ ପୁଣି ଥରେ ଗଞ୍ଜାମକୁ ସ୍ୱୀକୃତି । ଗୋଷ୍ଠୀ ସହଭାଗିତାରେ କୋଭିଡ ମହାମାରୀର ସଫଳ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ମିଳିଛି ସମ୍ମାନଜନକ ସ୍କଚ୍ ଅର୍ଡର ଅଫ ମେରିଟ୍ ସମ୍ମାନ ।

ବିକେନ୍ଦ୍ରୀକୃତ ଗୋଷ୍ଠା ସହଭାଗିତାରେ କୋଭିଡ ପରିଚାଳନା ପାଇଁ ୨୦୨୦ ସ୍କଚ୍ ଆୱାର୍ଡର ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଥିବାକୁ ଜିଲ୍ଲା ପ୍ରଶାସନକୁ ଅର୍ଡର ଅଫ ମେରିଟ୍ ଦିଆଯାଇଛି ।

ସଫଳ କୋଭିଡ ପରିଚାଳନା ପାଇଁ ଗଞ୍ଜାମ ଜିଲ୍ଲା କେବଳ ଓଡିଶାରେ ନୁହେଁ, ସାରା ଦେଶରେ ପ୍ରଶଂସା ସାଉଁଟିଛି । ଗଞ୍ଜାମ ମଡେଲ ବେଶ୍ ଚର୍ଚ୍ଚିତ ହୋଇଛି ।

Comments are closed.