କୋରୋନା ପ୍ରକୋପ : ବିଶ୍ୱରେ ମହାମାରୀଜନିତ ମୃତ୍ୟୁସଂଖ୍ୟା ୧୦ ଲକ୍ଷର ନିକଟତର, ମୋଟ ସକ୍ରିୟ ମାମଲା ୭୦ ଲକ୍ଷରୁ ଅଧିକ

ନ୍ୟୁୟର୍କ- ବିଶ୍ୱରେ କୋରୋନା ମୃତ୍ୟୁସଂଖ୍ୟା ୯ ଲକ୍ଷ ୮୪୫କୁ ବୃଦ୍ଧି ପାଇଛି । ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୭ ଲକ୍ଷ ୧ ହଜାର ୫୬୦ରେ ପହଂଚିଥିବା ବେଳେ ଏ ଯାଏଁ ସୁସ୍ଥ ହୋଇଛନ୍ତି ୧ କୋଟି ୯୮ ଲକ୍ଷ ୮ ହଜାର ୬୧୪ । ବର୍ତମାନ ବିଶ୍ୱରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ୧୧ ହଜାର ୯୬୯ ରହିଛି । ଆମେରିକାରେ ସର୍ବାଧିକ ୬୫ ଲକ୍ଷ ୧୩ ହଜାର ୮୦୧ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧ ଲକ୍ଷ ୯୪ ହଜାର ୧୪ ଜଣ ପ୍ରାଣ ହରାଇଛନ୍ତି ।

ଭାରତରେ ମୋଟ ୪୩ ଲକ୍ଷ ୬୭ ହଜାର ୪୩୬ କୋରୋନା ମାମଲା ରହିଛି । ଏଥିମଧ୍ୟରୁ ୭୩ ହଜାର ୯୨୩ ଜଣ ପ୍ରାଣ ହରାଇଛନ୍ତି । ବ୍ରାଜିଲରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୧ ଲକ୍ଷ ୬୫ ହଜାର ୧୨୪ । ସେ ଦେଶରେ ବର୍ତମାନ ସୁଦ୍ଧା ୧ ଲକ୍ଷ ୨୭ ହଜାର ୫୧୭ ଜଣ ପ୍ରାଣ ହରାଇଛନ୍ତି । ମୋଟ ରୋଗୀଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ, ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଅଛି । କିନ୍ତୁ ମୃତ୍ୟୁ ସଂଖ୍ୟା ଦୃଷ୍ଟିରୁ ଭାରତ,ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସ୍ଥାନରେ ରହିଛି ।

Comments are closed.