କୋରୋନା ଯୋଗୁଁ ଏଥର ନିଜ ସ୍କୁଲରେ ହିଁ ମାଟ୍ରିକ ପରୀକ୍ଷା ଦେଇପାରନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର- ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଉ ଏକ ପଦକ୍ଷେପ ନେଇଛି । କୋରୋନା ଯୋଗୁଁ ଏଥର ପରୀକ୍ଷାର୍ଥୀମାନେ ନିଜ ସ୍କୁଲରେ ହିଁ ପରୀକ୍ଷା ଦେବେ । ପୂର୍ବରୁ ମାଟ୍ରିକ ପରୀକ୍ଷା ଅନ୍ୟ ସ୍କୁଲରେ ହୋଇଥାଏ । ତେବେ, ଏଥର ପରୀକ୍ଷାର କାର୍ଯ୍ୟସୂଚୀ ସମୟ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି । ଏଥର ସବୁ ଛାତ୍ରଛାତ୍ରୀ ନିଜ ସ୍କୁଲରେ ହିଁ ପରୀକ୍ଷା ଦେବେ । କୋରୋନା ଯୋଗୁଁ ରହିବା ଓ ଯାତାୟତରେ ଛାତ୍ରଛାତ୍ରୀ ଓ ଅଭିଭାବକ ଅସୁବିଧା ଭୋଗିବା ଆଶଙ୍କା ଥିବାରୁ ଏହି ପଦକ୍ଷେପ ନିଆଯାଇଛି ।

ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଖୁବଶୀଘ୍ର ସବିଶେଷ ସୂଚନା ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ । ନିଜ ସ୍କୁଲରେ ପରୀକ୍ଷା ହେବାର ଥିଲେ ମଧ୍ୟ ଅନ୍ୟ ସ୍କୁଲର ଶିକ୍ଷକ ପରୀକ୍ଷା ନିରୀକ୍ଷକ ଭାବେ ନିୟୋଜିତ ହେବେ । ସିସିଟିଭି କ୍ୟାମେରା ସହ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ବି କରାଯିବ ବୋଲି ସୂଚନା ମିଳିଛି ।

Comments are closed.