କୋରୋନା ଯୋଗୁଁ ଏଥର ହେବ ନାହିଁ ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ – ଏଥର ଆୟୋଜନ ହେବ ନାହିଁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । କୋରୋନା କଟକଣା ଯୋଗୁଁ ଧନୁଯାତ୍ରା ମହୋତ୍ସବ ବାତିଲ କରିଦିଆଯାଇଛି ।

ଡିଆରଡିଏ ଅଫିସରେ ଧନୁଯାତ୍ରା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ ଧନୁଯାତ୍ରା ବାତିଲ ନେଇ ଜିଲ୍ଲାପାଳ ସୂଚନା ଦେଇଥିଲେ । ଇତିହାସରେ ପ୍ରଥମ ଥର ପାଇଁ ଧନୁଯାତ୍ରା ବାତିଲ ହୋଇଛି ।

Comments are closed.