କୋରୋନା ସଂକ୍ରମଣ ରୋକିବା ପାଇଁ କାଲିଠାରୁ ବ୍ରହ୍ମପୁର ମହାନଗର ନିଗମର ବିଶେଷ ଅଭିଯାନ

ବ୍ରହ୍ମପୁର- କୋରୋନା ଭୂତାଣୁ ସଂକ୍ରମଣକୁ ଆହୁରି ନିୟନ୍ତ୍ରଣ କରିବା ପାଇଁ ପୁଣି ଥରେ ବିଶେଷ ଅଭିଯାନ ଆରମ୍ଭ କରିବ ବ୍ରହ୍ମପୁର ମହାନଗର ନିଗମ । ଅକ୍ସିଜେନ୍ ସ୍ତର ପରୀକ୍ଷା, ଅନ୍ୟାନ୍ୟ ରୋଗରେ ପୀଡିତ ରୋଗୀଙ୍କ ହେଲ୍‌ଥ ସ୍କ୍ରିନିଂ ଆରମ୍ଭ ହେବ । ଆସନ୍ତାକାଲିଠାରୁ ଅକ୍ଟୋବର ୨୦ ତାରିଖ ଯାଏଁ ଚାଲିବ ଏହି ବିଶେଷ ଅଭିଯାନ । ଏଥିରେ ସହରବାସୀ ସହଯୋଗ କରିବାକୁ ବ୍ରହ୍ମପୁର ମହାନଗର ନିଗମ କର୍ତୃପକ୍ଷ ଆହ୍ୱାନ ଦେଇଛନ୍ତି ।

Comments are closed.