କୋରୋନା ସଂକ୍ରମଣ : ୧୨ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଏସିଏସଙ୍କ ଚିଠି | News Room Odisha

କୋରୋନା ସଂକ୍ରମଣ : ୧୨ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଏସିଏସଙ୍କ ଚିଠି

ଭୁବନେଶ୍ୱର- କୋରୋନା ସଂକ୍ରମଣ ରୋକିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । ଏସିଏସ ପ୍ରଦୀପ୍ତ ମହାପାତ୍ର ୨ଟି ଏୟାରପୋର୍ଟର ନିର୍ଦ୍ଦେଶକ ଓ ପୂର୍ବତର ରେଳବାଇର ଜେନେରାଲ ମ୍ୟାନେଜରଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ।

୧୨ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ, ପଶ୍ଚିମବଙ୍ଗ, ପଂଜାବ, ଦିଲ୍ଲୀ,ଚଣ୍ଡିଗଡ, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ,ଆନ୍ଧ୍ର ପ୍ରଦେଶରୁ ଫେରୁଥିବା ଥର୍ମାଲ ସ୍କ୍ରିନିଂ କରିବାକୁ ଚିଠିଲେ ଉଲ୍ଲେଖ କରିଛନ୍ତି ଏସିଏସ ।

COVID-19Odisha