କ୍ରମାଗତ ତୃତୀୟ ଦିନ ଧରି ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୪୫୦ରୁ ଅଧିକ, ଚିନ୍ତା ବଢାଉଛି ପଶ୍ଚିମ ଓଡିଶା

ଭୁବନେଶ୍ୱର- ରାଜ୍ୟରେ କ୍ରମାଗତ ତୃତୀୟ ଦିନ ଧରି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ରୁ ଅଧିକ ରହିଛି । ଗତ ୨୪ ଘଂଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪୭୧ ନୂଆ କୋରୋନା ଆକ୍ରାନ୍ତ । ସଂଗରୋଧରୁ ୨୭୮ ଓ ସ୍ଥାନୀୟ ଅଂଚଳରୁ ୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୮୫, କଳାହାଣ୍ଡିରୁ ୫୦, ନୂଆପଡାରୁ ୪୨, ଖୋର୍ଦ୍ଧାରୁ ୪୦, ବଲାଙ୍ଗିରରୁ ୩୬, ସମ୍ବଲପୁରରୁ ୨୭, ଝାରସଗୁଡାରୁ ୨୩, କଟକରୁ ୨୨, ନବରଙ୍ଗପୁରରୁ ୧୭, ମୟୂରଭଂଜରୁ ୧୬, ବାଲେଶ୍ୱରରୁ ୧୫ , ପୁରୀରୁ ୧୪ ଓ ଗଂଜାମରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.