କ୍ରିକେଟର ରୁ ଅଭିନେତା: ରିଲିଜ୍ ହେଲା ଇର୍ଫାନ୍ ପଠାନଙ୍କ ଡେବ୍ୟୁ ଫିଲ୍ମ 'କୋବ୍ରା'ର ଟିଜର୍ | News Room Odisha

କ୍ରିକେଟର ରୁ ଅଭିନେତା: ରିଲିଜ୍ ହେଲା ଇର୍ଫାନ୍ ପଠାନଙ୍କ ଡେବ୍ୟୁ ଫିଲ୍ମ ‘କୋବ୍ରା’ର ଟିଜର୍

ନୂଆଦିଲ୍ଲୀ – ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଇର୍ଫାନ୍ ପଠାନ୍ ଏବେ ନିଜ ଅଭିନୟ ଦ୍ବାରା ଦର୍ଶକଙ୍କ ମନ ମୋହିବାକୁ ଯାଉଛନ୍ତି । ତାମିଲ ଫିଲ୍ମ ‘କୋବ୍ରା’ରୁ ଇର୍ଫାନ୍ ଫିଲ୍ମ ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ ଇର୍ଫାନ ପଠାନଙ୍କ ଫିଲ୍ମ ‘କୋବ୍ରା’ର ଟିଜର ମଧ୍ୟ ରିଲିଜ ହୋଇଛି । ଏହି ଟିଜରକୁ ଏତେ ପସନ୍ଦ କରାଯାଉଛି ଯେ ଏହା ୟୁଟ୍ୟୁବରେ ୬ ନମ୍ବରରେ ଟ୍ରେଣ୍ଡ କରୁଛି । ଇର୍ଫାନ ପଠାନଙ୍କ ଏହି ଡେବ୍ୟୁ ଫିଲ୍ମରେ ତାମିଲ ସୁପରଷ୍ଟାର ଚିଆନ ବିକ୍ରମ ମୁଖ୍ୟ ଭୂମିକାରେ ଅଛନ୍ତି।
ଫିଲ୍ମ ‘କୋବ୍ରା’ରେ ଇର୍ଫାନଙ୍କୁ ତୁର୍କୀ ଇଣ୍ଟରପୋଲ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ। ଚିଆନ ବିକ୍ରମ ଜଣେ ଗଣିତଜ୍ଞ ଭୂମିକାରେ ନଜର ଆସିବେ । ଏପର୍ଯ୍ୟନ୍ତ ଫିଲ୍ମର ଟିଜରକୁ ୬୬ ଲକ୍ଷ ୪୬ ହଜାର ଥର ଦେଖାଯାଇଛି। ପ୍ରଶଂସକମାନେ ମଧ୍ୟ ତାଙ୍କର ପ୍ରଥମ ଫିଲ୍ମ ପାଇଁ ଇର୍ଫାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଜୟ ଗଣାମୁଥୁ ଫିଲ୍ମ ‘କୋବ୍ରା’ର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି।

ଇର୍ଫାନ୍ ପଠାନ୍ ଏବଂ ଚିଆନ୍ ବିକ୍ରମଙ୍କ ବ୍ୟତୀତ ଫିଲ୍ମ ‘କୋବ୍ରା’ରେ ଶ୍ରୀନୀ ଶେଟ୍ଟୀ, କେ.ଏସ୍ ରବିକୁମାର, ମିଆ ଜର୍ଜ ଏବଂ ଶ୍ରୀନଲିନୀ ରବି ମଧ୍ୟ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ।
ଗତବର୍ଷ କ୍ରିକେଟ୍ ରୁ ଅବସର ନେବା ପରେ ଇର୍ଫାନ୍ ପଠାନ ବର୍ତ୍ତମାନ ଜଣେ ଭାଷ୍ୟକାର ଭାବେ ସେ ନିଜ ତୁଲାଉଛନ୍ତି । ଇର୍ଫାନ୍ କ୍ୟାରିୟରରେ ମୋଟ ୧୭୩ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ଏବଂ ୩୦୧ ୱିକେଟ୍ ନେଇ ୨୮୨୧ ରନ୍ ସଂଗ୍ରହ କରିଛନ୍ତି।

film 'Cobra'Irfan Pathan