ଗଂଜାମ ଜିଲ୍ଲାରେ କୋରୋନା ମୁକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଯାଂଚ ଜାରି, ୨୨ ଜଣଙ୍କୁ କୋଭିଡ ପରବର୍ତୀ ସ୍ୱାସ୍ଥ୍ୟ ସେବା | News Room Odisha

ଗଂଜାମ ଜିଲ୍ଲାରେ କୋରୋନା ମୁକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଯାଂଚ ଜାରି, ୨୨ ଜଣଙ୍କୁ କୋଭିଡ ପରବର୍ତୀ ସ୍ୱାସ୍ଥ୍ୟ ସେବା

ବ୍ରହ୍ମପୁର : କୋରୋନା ବିରୋଧୀ ଲଢେଇରେ ଗଂଜାମ ଜିଲ୍ଲା ପ୍ରଶାସନର ପଦକ୍ଷେପ ସ୍ୱରୂପ ଜିଲ୍ଲାରେ ମହାମାରୀରୁ ସୁସ୍ଥ ହୋଇଥିବା ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ଅଭିଯାନ ଜାରି ରହିଛି । ଅଗଷ୍ଟ ୨୧ତାରିଖ ସୁଦ୍ଧା କୋରୋନାରୁ ସୁସ୍ଥ ହୋଇସାରିଥିବା ୩ ହଜାର ୧୪୮ ଜଣଙ୍କ ସ୍ୱାସ୍ଥ୍ୟ ଯାଂଚ୍ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ କୋଭିଡ ପରବର୍ତୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ଏଣେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ସୂଚନା ଅନୁସାରେ ସୁସ୍ଥ ହୋଇଥିବା ୧୫୬ ଜଣ ରୋଗୀ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି । ଜିଲ୍ଲାରେ ଅଧିକ ସଂଖ୍ୟକ ରୋଗୀ ସୁସ୍ଥ ହୋଇସାରିଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରାଗଲେ ପ୍ଲାଜମା ଡୋନରମାନଙ୍କୁ ବି ଚିହ୍ନଟ କରାଯାଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

COVID-19