ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜାମିନ

ରାଞ୍ଚି – ଗୋଖାଦ୍ୟ ଦୁର୍ନୀତି ସହ ଜଡ଼ିତ ଡୁମ୍କା ଟ୍ରେଜେରୀରୁ ବେଆଇନ ଅର୍ଥ ପ୍ରତ୍ୟାହାର ମାମଲାରେ ଶନିବାର ଝାଡଖଣ୍ଡ ହାଇକୋର୍ଟ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପ୍ରାୟ ୪୦ ମାସ ପରେ ଲାଲୁ ପ୍ରସାଦ ଜେଲରୁ ବାହାରିବେ। ଲାଲୁ ବର୍ତ୍ତମାନ ଅସୁସ୍ଥ ଅଛନ୍ତି ଏବଂ ଦିଲ୍ଲୀର ଏମ୍ଷରେ ଚିକିତ୍ସିତ ହେଉଛନ୍ତି।

ଝାଡଖଣ୍ଡରେ ଲାଲୁ ପ୍ରସାଦଙ୍କ ବିରୋଧରେ ପାଞ୍ଚଟି ମାମଲା ରହିଥିଲା। ତାଙ୍କୁ ଚାରିଟି ମାମଲାରେ ଜାମିନ ମିଳିଛି। ପଞ୍ଚମ ମାମଲା ଡୋରାଣ୍ଡା ଟ୍ରେଜେରୀରୁ ବେଆଇନ ଟଙ୍କା ପ୍ରତ୍ୟାହାର ସହ ଜଡିତ। ଏହି ମାମଲାର ଶୁଣାଣି ଏବେବି ସିବିଆଇ କୋର୍ଟରେ ଚାଲିଛି।
ଜଷ୍ଟିସ ଅପରେଶ କୁମାର ସିଂ ଲାଲୁ ପ୍ରସାଦଙ୍କୁ ଏକ ଲକ୍ଷ ବ୍ୟକ୍ତିଗତ ମୁଚାଲିକା ଏବଂ ୧୦ ଲକ୍ଷ ଜୋରିମାନା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲାଲୁ ପ୍ରସାଦଙ୍କୁ ତାଙ୍କ ପାସପୋର୍ଟ ବି ଦାଖଲ କରିବାକୁ ପଡିବ। କୋର୍ଟଙ୍କ ଅନୁମତି ବିନା ସେ ବିଦେଶ ଯାଇପାରିବେ ନାହିଁ। ତାଙ୍କ ମୋବାଇଲ୍ ନମ୍ବର ଏବଂ ଠିକଣା ପରିବର୍ତ୍ତନ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.