ଛତିଶଗଡ଼ ମାଓ ଏନକାଉଣ୍ଟର: ୧୫ ଯବାନ ନିଖୋଜ

ନୂଆଦିଲ୍ଲୀ –ଛତିଶଗଡ଼ର ବିଜାପୁର ଓ ସୁକମା ଜିଲ୍ଲୀ ସୀମାରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗତାକଲି ହୋଇଥିବା ଏନକାଉଣ୍ଟରରେ ପାଞ୍ଚ ଯବାନ ସହିଦ୍ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ୧୫ ଜଣ ଯବାନ ନିଖୋଜ ଥିବା ଛତିଶଗଡ଼ ପୋଲିସ୍ ପକ୍ଷରୁ କୁହାଯାଇଛି । ସହିଦ ପାଞ୍ଚ ଯବାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି ।

ମାଓ ବିରୋଧୀ ଅପରେସନର ଡିଆଇଜି ଓପି ପାଲ୍ କହିଛନ୍ତି ଯେ, ୩୦ ଯବାନ ଆହତ ହୋଇଛନ୍ତି । ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ସିଆରପିଏଫ୍ କୋବ୍ରା ୟୁନିଟର ଜଣେ ଏବଂ ଡିଆରଜି ଓ ସିଆରପିଏଫ୍ ବସ୍ତରିଆ ବାଟାଲିୟନର ଚାରି ଜଣ ଅଛନ୍ତି । ଆହତ ଯବାନଙ୍କ ମଧ୍ୟରୁ ୭ଙ୍କୁ ଘଟଣାସ୍ଥଳରୁ ଏୟାରଲିଫ୍ଟ କରାଯାଇ ରାୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୨୩ ଆହତ ଯବାନ ବିଜାପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ବୋଲି ପାଲ୍ କହିଛନ୍ତି ।

ସୁରକ୍ଷାକର୍ମୀଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶୋକ ପ୍ରକାଶ କରିଛନ୍ତି ।

Comments are closed.