ଜଳସଂକଟ ଦୂର ପାଇଁ ପଦକ୍ଷେପ, ଜଳେଯାଗାଣ କର୍ମଚାରୀଙ୍କ ଛୁଟି ବାତିଲେ କଲେ ରାଜ୍ୟ ସରକାର

ଭୁବନେଶ୍ୱର – ଖରାଦିନେ ଜଳକଷ୍ଟ ବୁଝିବା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ନିଷ୍ପତ୍ତି ଅନୁସାରେ ରାଜ୍ୟରେ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି । ଜଳସଂକଟ ଦୂର କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଖରାଦିନେ ପିଇବା ପାଣିରୁ ଲୋକଙ୍କୁ ବଂଚିତ ନ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

Comments are closed.