ଜୀବନ ସଂଘର୍ଷରେ ହାରିଗଲେ ଚନ୍ଦ୍ରମଣି , ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଦହଣାଶୁଣି ଗ୍ରାମର ୨୯ ବର୍ଷୀୟ ଚନ୍ଦ୍ରମଣି ମାଝି ଗତ ଚାରି ବର୍ଷ ହେଲା ସୁରତରେ ରୋଷେୟା ଭାବେ କାର୍ଯ୍ୟରତ ଥିଲେ । ଗତ ଫେବୃୟାରୀ ୪ତାରିଖରେ କୌଣସି କାରଣ ବଶତଃ ସେ ହଠାତ୍ ଆତ୍ମହତ୍ୟା କରିଦେଇଥିଲେ । ସୁରତରେ ସମସ୍ତ ପ୍ରକାରର ଔପଚାରିକ ବୈଧାନ୍ୟତା ସମ୍ପୂର୍ଣ୍ଣ ହେବା ପରେ ଅର୍ଥାଭାବ ହେତୁ ପରିବାର ଲୋକେ ତାଙ୍କ ପାର୍ଥିବ ଶରୀରକୁ ନିଜ ଗ୍ରାମକୁ ଫେରାଇ ଆଣିବାରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଏ ସମ୍ପର୍କରେ ଭଦ୍ରକ ବିଧାୟକ ତଥା ଓଡ଼ିଶା – ମୋ ପରିବାର ସଦସ୍ୟ ସଞ୍ଜୀବ ମଲ୍ଲିକ ଓଡିଶା – ମୋ ପରିବାରକୁ ଜଣାଇଥିଲେ । ସାଢେ ଚାରିକୋଟି ଓଡ଼ିଆଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ଓଡ଼ିଶା – ମୋ ପରିବାର ସଙ୍ଗେସଙ୍ଗେ ଚନ୍ଦ୍ରମଣିଙ୍କ ପାର୍ଥିବ ଶରୀରକୁ କିପରି ଭାବେ ତାଙ୍କ ଜନ୍ମମାଟିକୁ ଫେରାଇ ଅଣାଯାଇ ପାରିବ ସେ ବ୍ୟବସ୍ଥା କରିଥିଲେ ।  ବିଧାୟକ ମଲ୍ଲିକ ଏବଂ ଓଡ଼ିଶା – ମୋ ପରିବାରର ମିଳିତ ଉଦ୍ୟମରେ ସମସ୍ତ ପ୍ରକାରର ଆର୍ଥିକ ସହାୟତା ତଥା ଆମ୍ବୁଲାନ୍ସ ଆଦିର ବ୍ୟବସ୍ଥା କରାଯାଇ ମୃତକଙ୍କ ପାର୍ଥିବ ଶରୀରକୁ ଓଡିଶା ଫେରାଇ ଅଣାଯାଇଛି । ପାର୍ଥିବ ଶରୀର ଭଦ୍ରକରେ ପହଞ୍ଚିବା ପରେ  ବିଧାୟକ ମଲ୍ଲିକ ଏବଂ ଗ୍ରାମବାସୀମାନେ ଉପସ୍ଥିତ ରହି ସସମ୍ମାନେ ଅନ୍ତିମ କ୍ରିୟା ସମ୍ପନ୍ନ କରିଥିଲେ । ଏହି ସହାୟତା ପାଇଁ ମୃତକଙ୍କ ପରିବାରବର୍ଗ ଓଡ଼ିଶା – ମୋ ପରିବାର ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି |

Comments are closed.