ଜୁନ୍ ୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୧ ସୁଦ୍ଧା କେରଳ ଛୁଇଁବ । ଏ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଥିବା ନେଇ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ସଚିବ ଏମ.ରାଜୀବନ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ମେ ୩୦ରୁ ଜୁନ୍ ୧ ମଧ୍ୟରେ ମୌସୁମୀ କେରଳ ଉପକୂଳ ଛୁଇଁବ । ଏହା କେବଳ ପ୍ରାରମ୍ଭିକ ପୂର୍ବାନୁମାନ । ଏନେଇ ମେ ୧୫ରେ ପାଣିପାଗ ବିଭାଗ ବିସ୍ତୃତ ସୂଚନା ଦେବ । ଏଥର ବର୍ଷା ପରିମାଣ କେମିତି ରହିବ ସେ ସମ୍ପର୍କିତ ପୂର୍ବାନୁମାନ ମେ ୩୧ରେ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯିବ ।

ଆଇଏମ୍‌ଡିର ପ୍ରାରମ୍ଭିକ ଆକଳନ ଅନୁସାରେ ଏଥର ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଦେଶରେ ପ୍ରାୟ ୭୫% ବୃଷ୍ଟିପାତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ହୋଇଥାଏ ।

Comments are closed.