ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ

ଝାରସୁଗୁଡ଼ା : ଝାରସୁଗୁଡ଼ା ବିମାନବନ୍ଦରରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣ ବୟବ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଉଦ୍‌ବୋଧନ ଦେଇ ମନ୍ତ୍ରୀ ପ୍ରଧାନ କହିଥିଲେ, ଝାରସୁଗୁଡ଼ା ବିମାନବନ୍ଦର ଆଗକୁ ସଫଳତମ ବିମାନବନ୍ଦର ହେବା ସହ ଅଧିକରୁ ଅଧିକ ସ୍ଥାନକୁ ବିମାନସେବା ଉପଲବ୍ଧ ହେବ ।

ଏହି ବୀର ମାଟିକୁ ପର୍ଯ୍ୟଟନ କେନ୍ଦ୍ର ରୂପେ ବିକଶିତ କରାଯିବା ସହ ପଶ୍ଚିମ ଓଡ଼ିଶାରେ କୋଇଲା ଉତ୍ପାଦନ ବୃଦ୍ଧି ସାଂଗକୁ ବିଦ୍ୟୁତ, ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନ ବୃଦ୍ଧି କରାଯାଇ ଶିଳ୍ପ ବିକାଶ ତ୍ବରାନ୍ବିତ ହେବ ବୋଲି ସେ କହିଛନ୍ତି ।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଝାରସୁଗୁଡ଼ା ବିମାନ ବନ୍ଦରର ବିକାଶ ଲାଗି ରାଜ୍ୟ ସରକାରଙ୍କ ଦ୍ଵାରା ମାଗଣାରେ ଜମି ଯୋଗାଣ, ଫାୟାରମେନ ନିଯୁକ୍ତି, ଭିତ୍ତିଭୂମିର ବିକାଶ ଦିଗରେ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତ ଜ୍ଞାପନ କରିଥିଲେ।

ସାଂସଦ ସୁରେଶ ପୂଜାରୀ, ନିତିଶ ଗଙ୍ଗଦେବ. ବିଧାୟକ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏମସିଏଲ ପକ୍ଷରୁ ୬୦ ଲକ୍ଷ ଟଙ୍କା ବ୍ୟୟରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତି ସ୍ଥାପନ କରା ଯାଇଛି ।

Comments are closed.