ଟିକାକରଣ ପ୍ରସ୍ତୁତି ନେଇ ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । ସେ କହିଛନ୍ତି ଯେ, ଟିକାକରଣ ପାଇଁ ୨୯ ହଜାର ସେସନ ସାଇଟ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ଏତେ ଦରକାର ପଡିବ ନାହିଁ ବୋଲି ସେ କହିଛନ୍ତି ।୩ ଲକ୍ଷ ୨୮ ହଜାର ଡାଟାବେସ୍ ପ୍ରସ୍ତୁତ ହୋଇଛି । ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । କେବଳ ଟିକାକୁ ଅପେକ୍ଷା କରାଯାଇଥିବା ସେ କହିଛନ୍ତି । ଏହି ମାସରେ ଟିକା ଓଡିଶାରେ ପହଂଚିବା ଆଶା କରାଯାଏ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

Comments are closed.