ଟ୍ରମ୍ପଙ୍କ ବିରୋଧରେ କାଟ୍ ଖାଇଲା ମହାଭିଯୋଗ ପ୍ରସ୍ତାବ, କ୍ୟାପିଟଲ ହିଂସା ଘଟଣାରେର ସିନେଟ୍ କଲା ଦୋଷମୁକ୍ତ

ୱାଶିଂଟନ – ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ମହାଭିଯୋଗରୁ ବର୍ତ୍ତିଛନ୍ତି । କ୍ୟାପିଟଲ ବିଲ୍ଡିଂ ହିଂସାକାଣ୍ଡରେ ଭୂମିକା ପାଇଁ ତାଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗ ପ୍ରସ୍ତାବ ସିନେଟ୍‌ରେ କାଟ୍ ଖାଇଛି । ଏହି ଘଟଣାରେ ସିନେଟ୍ ତାଙ୍କୁ ଦୋଷମୁକ୍ତ କରିଛି । ଗତ ବର୍ଷକ ମଧ୍ୟରେ ଟ୍ରମ୍ପଙ୍କ ବିରୋଧରେ ଦ୍ୱିତୀୟ ଥର ମହାଭିଯୋଗ ପ୍ରସ୍ତାବ ଅଣାଯାଇଥିଲା । ହେଲେ ଦୁଇଥର ଯାକ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ କାଟ୍ ଖାଇଛି ।

ସିନେଟରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ସପକ୍ଷରେ ୫୭ ଓ ବିପକ୍ଷରେ ୪୩ ଭୋଟ୍ ପଡିଥିଲା । ଉଲ୍ଲେଖଯୋଗ୍ୟ ଯେ, ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଦୁଇ-ତୃତୀୟାଂଶ ତଥା ୬୭ ଭୋଟ୍‌ର ଆବଶ୍ୟକତା ଥିଲା ।

ଜାନୁୟାରୀ ୬ରେ କ୍ୟାପିଟଲ ହିଲ୍‌ରେ ଘଟିଥିବା ହିଂସା ପରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇଥିଲା । ମହାଭିଯୋଗ ପ୍ରସ୍ତାବକୁ ଆମେରୀକୟ ସଂସଦର ତଳଗୃହରେ ମଞ୍ଜୁରି ମିଳିଥିଲା । ହେଲେ ସିନେଟରେ ଏହି ପ୍ରସ୍ତାବ କାଟ୍ ଖାଇଛି । ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ୭ ଜଣ ସାଂସଦ ମଧ୍ୟ ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିଲେ । ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ପାରିତ କରିବା ପାଇଁ ସିନେଟରେ ଡେମୋକ୍ରାଟିକ ପାର୍ଟିର ୫୦ ଓ ରିପବ୍ଲିକାନ ପାର୍ଟିର ୧୭ ସଦସ୍ୟଙ୍କ ସମର୍ଥନ ଦରକାର ହେଉଥିଲା ।

ଟ୍ରମ୍ପଙ୍କ କାର୍ଯ୍ୟକାଳ ଜାନୁୟାରୀ ୨୦ରେ ସରିଥିଲା । ତେଣୁ ତାଙ୍କୁ ମହାଭିଯୋଗ ପ୍ରସ୍ତାବ ଦ୍ୱାରା ପଦରୁ ବହିଷ୍କୃତ କରାଯାଇ ପାରିନଥିଲା । ତେବେ ମହାଭିଯୋଗ ପ୍ରସ୍ତାବ ଜରିଆରେ ତାଙ୍କୁ କ୍ୟାପିଟଲ ହିଂସା ଘଟଣାରେ ଦୋଷୀ ସାବ୍ୟସ୍ତ କରିବାକୁ ଡେମୋକ୍ରାଟିକ ପାର୍ଟି ଚାହୁଁଥିଲା । କ୍ୟାପିଟଲ ହିଂସାରେ ଜଣେ ମହିଳାଙ୍କ ସହ ପା ଜଣଙ୍କ ମୃତ୍ୟୁ ହୋଇଥିଲା ।

Comments are closed.