‘ତାଣ୍ଡବ’ ନିର୍ମାତାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ୍ ସାମୟିକ ଭାବେ ବନ୍ଦ

ନୂଆଦିଲ୍ଲୀ – ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଟ୍ୱିଟର ଆକାଉଣ୍ଟ୍‌କୁ ସାମୟିକ ଭାବେ ବନ୍ଦ କରାଯାଇଛି । ୱେବ୍ ସିରିଜ୍ ‘ତାଣ୍ଡବ’ର ନିମାର୍ତାଙ୍କ ଉପରେ ଏକ ପୋଷ୍ଟ ଜରିଆରେ ବିବାଦୀୟ ଟିପ୍ପଣୀ କରିଥିବାରୁ ତାଙ୍କ ଟ୍ୱିଟର ଆକାଉଣ୍ଟ୍ ଉପରେ ସାମୟିକ କଟକଣା ଲାଗିଛି । ବର୍ତ୍ତମାନ ଡିଲିଟ୍ ହୋଇଥିବା ଉକ୍ତ ପୋଷ୍ଟରେ କଙ୍ଗନା କହିଥିଲେ ଯେ, ‘ତାଣ୍ଡବ’ ନିର୍ମାତାଙ୍କ ମୁଣ୍ଡକାଟ କରିବା ସମୟ ଆସିଛି । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ହିଂସାକୁ ପ୍ରୋତ୍ସାହିତ କରୁଥିବାରୁ କଙ୍ଗନାଙ୍କ ବିରୋଧରେ କିଛି ୟୁଜର ଟ୍ୱିଟରକୁ ଅଭିଯୋଗ କରିଥିଲେ । ଏହାପରେ ତାଙ୍କର ଆକାଉଣ୍ଟକୁ ସାମୟିକ ସସ୍‌ପେଣ୍ଡ କରିଥିଲା ଟ୍ୱିଟର । ଉଲ୍ଲେଖଯୋଗ୍ୟ ଯେ, ଆମାଜନ ପ୍ରାଇମ ଭିଡିଓର ନୂଆ ୱେବ୍ ସିରିଜ୍ ‘ତାଣ୍ଡବ’ରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରାଯାଇଥିବା ଅଭିଯୋଗ ହୋଇଥିଲା ।

ତାଙ୍କ ଟ୍ୱିଟର ଆକାଉଣ୍ଟ୍ ଉପରେ ରୋକ୍ ଲାଗିବା ସମ୍ପର୍କରେ ନିଜେ କଙ୍ଗନା ସୂଚନା ଦେଇଛନ୍ତି । ଏଥିପାଇଁ ସେ ତାଙ୍କ ବିରୋଧୀ ଓ ‘ଉଦାରବାଦୀ ଗୋଷ୍ଠୀ’କୁ ଦାୟୀ କରିଛନ୍ତି । ଏହାପୂର୍ବରୁ କଙ୍ଗନା ବହୁଥର ଅନେକ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଛନ୍ତି ।

Comments are closed.