ତାମିଲନାଡୁ: କୋଏମ୍ବାଟୁର ଦକ୍ଷିଣ ଆସନରେ କମଲ ହାସନ ଆଗୁଆ

ଚେନ୍ନାଇ: ତାମିଲନାଡୁର କୋଏମ୍ବାଟୁର ଦକ୍ଷିଣ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଶିଷ୍ଟ ଅଭିନେତା କମଲ ହାସନ ଭୋଟ୍ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ଭଲ ପ୍ରଦର୍ଶନ କରୁଛନ୍ତି।

ପ୍ରଥମ ଥର ପାଇଁ ତାଙ୍କ ଦଳ ମକ୍କାଲ ନିଧି ମାୟାମ (ଏମ୍ଏନ୍ଏମ) ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଏହି ନିର୍ବାଚନ କମଲ ହାସନଙ୍କ ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି ।ଅବଶ୍ୟ ଏପର୍ଯ୍ୟନ୍ତ ଟ୍ରେଣ୍ଡରେ ଏହି ଦକ୍ଷିଣ ଭାରତୀୟ ଅଭିନେତା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଠାରୁ ୨୦୧୦ ଭୋଟରେ ଆଗୁଆ ଅଛନ୍ତି ।

କୋଏମ୍ବାଟୁର ଦକ୍ଷିଣ ଆସନରୁ କମଲ ହାସନ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଏସ.ଜୟକୁମାରଙ୍କ ଠାରୁ ୨୦୧୦ ଭୋଟରେ ଆଗୁଆ ଅଛନ୍ତି । କମଲ ହାସନ ଓ ଏସ.ଜୟକୁମାରଙ୍କ ବ୍ୟତୀତ ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବାନାଥୀ ଶ୍ରୀନିବାସନ ପ୍ରତିଦ୍ବନ୍ଦିତା କରୁଛନ୍ତି।

Comments are closed.