ଦିବାରାତ୍ର ଟେଷ୍ଟ: ପ୍ରଥମ ଦିନରେ ଭାରତର ପ୍ରାଧାନ୍ୟ, ପ୍ରଥମ ଇନିଂସରେ ଇଂଲଣ୍ଡ ୧୧୨, ଭାରତ ୯୯/୩

ଅହମ୍ମଦାବାଦ- ତୃତୀୟ ତଥା ଦିବାରାତ୍ର ଟେଷ୍ଟ ମ୍ୟାଚରେ ପ୍ରଥମ ଦିନର ଖେଳ ଶେଷ ହୋଇଛି | ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ତିନୋଟି ୱିକେଟ୍ ହରାଇ ୯୯ ରନ୍ କରିଛି। ଭାରତୀୟ ଦଳ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରଠାରୁ ମାତ୍ର ୧୩ ରନ୍ ପଛରେ ରହିଛି। ରୋହିତ ଶର୍ମା ୫୭ ରନ ଏବଂ ଅଜିଙ୍କ୍ୟ ରାହାଣେ ୧ ରନ୍ କରି ଅପରାଜିତ ରହିଛନ୍ତି। ତେବେ ଭାରତ ଅଧିନାୟକ ବିରାଟ କୋହଲିଙ୍କ ସମେତ ୩ଟି ଓ୍ବିକେଟ୍ ହରାଇ ଦେଇଛି । ଷ୍ଟମ୍ପ ଅପସାରଣ ଠିକ୍ ପୂର୍ବରୁ କୋହଲି ୨୭ ରନ୍ କରି ଜାକ୍ ଲିଚଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ । ତା’ପୂର୍ବରୁ ଶୁବମନ ଗିଲ୍ ୧୧ ଏବଂ ଚେତେଶ୍ବର ପୂଜାରା ଶୂନରେ ପ୍ୟାଭିଲିୟନ ଫେରିଥିଲେ ।
ପୂର୍ବରୁ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ଅକ୍ଷର ପଟେଲ ଓ ଅଶ୍ବିନଙ୍କ ସ୍ପିନରେ ଘାଇଲା ହୋଇ ପ୍ରଥମ ଇନିଂସରେ ଇଂଲଣ୍ଡ ମାତ୍ର ୧୧୨ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ଦଳ ତରଫରୁ ଓପନର୍ ଜ୍ୟାକ୍ କ୍ରଲି ସର୍ବାଧିକ ୫୩ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଅକ୍ଷର ୬ଟି ଓ ଅଶ୍ବିନ ୩ଟି ଓ୍ବିକେଟ୍ ନେଇଥିଲେ । କ୍ୟାରିୟର ୧୦୦ତମ ଟେଷ୍ଟ ଖେଳୁଥିବା ଇଶାନ୍ତ ଶର୍ମା ଗୋଟିଏ ଓ୍ବିକେଟ୍ ହାସଲ କରିଥିଲେ ।

Comments are closed.