ଦିଲ୍ଲୀର ବାତ୍ରା ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଡାକ୍ତରଙ୍କ ସମେତ ୮ କୋଭିଡ୍ ରୋଗୀ ମୃତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ସଙ୍କଟ ଜାରି ରହିଛି । ଅକ୍ସିଜେନ ଅଭାବରୁ ବାତ୍ରା ହସ୍ପିଟାଲରେ ଜଣେ ଡାକ୍ତରଙ୍କ ସମେତ ୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।

ହସ୍ପିଟାଲର ଡାଇରେକ୍ଟର ଡକ୍ଟର ସୁଧାଂଶୁ ବାନ୍‌କାଟାଙ୍କ ସୂଚନା ଅନୁସାରେ, ଗତକାଲି ରାତି ୧୨ଟା ୧୫ ବେଳକୁ ହସ୍ପିଟାଲରେ ଅକ୍ସିଜେନ ଷ୍ଟକ୍ ଶେଷ ହୋଇଯାଇଥିଲା । ହସ୍ପିଟାଲକୁ ରାତି ପ୍ରାୟ ସାଢ଼େ ଗୋଟାଏ ବେଳକୁ ଅକ୍ସିଜେନ ଯୋଗାଣ ହୋଇଥିଲା । ହେଲେ ସେତେବେଳକୁ ଭେଣ୍ଟିଲେଟରରେ ଥିବା ୮ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଏହି ୮ ରୋଗୀଙ୍କ ମଧ୍ୟରୁ ୬ ଜଣଙ୍କୁ ଆଇସିୟରୁରେ ଭର୍ତ୍ତି କରାଯାଇଥିଲା । ଠିକ୍ ସମୟରେ ଅକ୍ସିଜେନ ନ ମିଳିବାରୁ ରୋଗୀଙ୍କ ଜୀବନ ରକ୍ଷା କରାଯାଇ ପାରିନଥିଲା । ମୃତକଙ୍କ ମଧ୍ୟରେ ସେହି ହସ୍ପିଟାଲର ଗାଷ୍ଟ୍ରୋଏଣ୍ଟୋରୋଲୋଜି ବିଭାଗୀୟ ମୁଖ୍ୟ ମଧ୍ୟ ଅଛନ୍ତି ।

ଏହି ହସ୍ପିଟାଲରେ ସମ୍ପ୍ରତି ୩୦୭ ଜଣ କୋଭିଡ୍ ରୋଗୀ ଚିକିତ୍ସିତ ହେଉଛନ୍ତି ।

Comments are closed.