ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଫିସର ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ନବୀନଙ୍କ ସୁପାରିଶ

ଭୁବନେଶ୍ୱର- ଦୁର୍ନୀତିଗ୍ରସ୍ତ ଆଇଏଫଏସ ଅଫିସର ଅଭୟ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସୁପାରିଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସେ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ଓଡିଶା ଇତିହାସରେ ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ ସୁପାରିଶ ଘଟଣା ପ୍ରଥମ । ମୁଖ୍ୟମନ୍ତ୍ରୀ ନବୀନ ଚିଠିରେ ଅଭୟକାନ୍ତ ପାଠକଙ୍କ ଦୁର୍ନୀତି ସଂପର୍କରେ କେନ୍ଦ୍ରକୁ ଅବଗତ କରିଛନ୍ତି । ଅଭୟ ଓ ପୁଅ ଆକାଶଙ୍କଠାରୁ ବେଆଇନ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ରେଡରେ ୨୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ଆକାଶଙ୍କ ଆକାଉଂଟକୁ ବେଆଇନ ଭାବେ ଟଙ୍କା ଜମା କରିଛନ୍ତି ଅଭୟ । ଲକଡାଉନ ବେଳେ ବାପ ପୁଅ ଅୟସ କରି ଚାର୍ଟର ପ୍ଲେନରେ ବୁଲିଛନ୍ତି ବୋଲି ନବୀନ ଚିଠିରେ କେନ୍ଦ୍ରକୁ ଲେଖିଛନ୍ତି ।

Comments are closed.