ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ, ପୁରୀ ଜିଲ୍ଲାରେ ଦୁଇ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପୁରୀ –ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତି ଆଧାରରେ ଦୁଇ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ପୁରୀ ଜିଲ୍ଲାର ୨ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ୍ କରାଯାଇଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଏଏସଆଇ ଈଶ୍ୱରଚନ୍ଦ୍ର ଗୁମାନସିଂହ ସସପେଣ୍ଡ ପରେ ଗିରଫ ହୋଇଛନ୍ତି । ଫୁଡ୍ ଭେଣ୍ଡରଠାରୁ ୭ ହଜାର ଟଙ୍କା ଲାଂଚ ନେଇଥିବା ଅଭିଯୋଗ ପରେ ତାଙ୍କ ବିରୋଧରେ ତଦନ୍ତ ହୋଇଥିଲା । ତାଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ଗୁମାନସିଂହଙ୍କୁ ପ୍ରଥମେ ସସପେଣ୍ଡ କରାଯାଇ ଗିରଫ କରାଯାଇଛି ।

ପୁରୀ ସଦର ଥାନା ଏସଆଇ ଅତସୀ ଜେନା ସସପେଣ୍ଡ ହୋଇଛନ୍ତି । କିଛି ଦିନ ତଳେ ଏକ ଜୁଆ ଆଡ୍ଡାରେ ଚଢାଇ କରିଥିଲେ ଅତସୀ । ହେଲେ ଚଢାଉ ପରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ନ ଥିଲେ ବୋଲି ଅଭିଯୋଗ ହୋଇଥିଲା । ଏଥିସହ ସେ ରେଡ୍ ପରେ କାହା ବିରୋଧରେ ମାମଲା ରୁଜୁ କରି ନ ଥିଲେ । ପୁରୀ ଏସପି କନୱର ବିଶାଲ ସିଂହ ଦୁଇ ପୋଲିସ ଅଧିକାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

Comments are closed.