ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ନବବର୍ଷ ଶୁଭେଚ୍ଛା

ନୂଆଦିଲ୍ଲୀ – କରୋନା ସଙ୍କଟ ମଧ୍ୟରେ ଦେଶବାସୀ ନୂଆବର୍ଷ ୨୦୨୧କୁ ସ୍ୱାଗତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପି ଭେଙ୍କେୟା ନାୟୁଡୁ ଦେଶବାସୀଙ୍କୁ ନବବର୍ଷ ଶୁଭେଚ୍ଛା ଜଣାଇଛନ୍ତି ।

ପିଏମ୍ ମୋଦି ଟ୍ୱିଟ୍ କରି କହିଛନ୍ତି – ସମସ୍ତଙ୍କୁ ୨୦୨୧ର ହାର୍ଦ୍ଦିକ ଅଭିନନ୍ଦନ । ଏହି ବର୍ଷ ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ସମୃଦ୍ଧ ଆଣିଦେଉ । ଆଶା ଓ କଲ୍ୟାଣ ଭାବନା ଜାଗ୍ରତ ହେଉ ।

ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାୟୁଡୁ କରୋନା ମହାମାରୀର ଏହି କଠିନ ସମୟରେ ଏକଜୁଟ୍ ହୋଇ ଆଗକୁ ବଢ଼ିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ନୂଆବର୍ଷ ଅବସରରେ ଭାରତ ଓ ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଉପରାଷ୍ଟ୍ରପତି କହିଛନ୍ତି – ଆସନ୍ତୁ ଆମେ ସବୁ ନୂଆବର୍ଷକୁ ନୂଆ ଉତ୍ସାହ ଓ ସକାରାତ୍ମକ ଭାବନା ସହ ସ୍ୱାଗତ କରିବା । ଧୈର୍ଯ୍ୟ, ଆତ୍ମବିଶ୍ୱାସ ଏବଂ ଏକତା ସହ ଆମେ ସବୁ ଆହ୍ୱାନର ସାମ୍ନା କରିବା ବୋଲି ଆଶା । ଗତବର୍ଷ ତୁଳନାରେ ଏହି ବର୍ଷରେ ବିଶ୍ୱବାସୀ ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଓ ସମୃଦ୍ଧି ପ୍ରାପ୍ତ କରନ୍ତୁ ।
ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମେତ ଅନ୍ୟ ନେତାମାନେ ମଧ୍ୟ ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.