ଦେଶବ୍ୟାପୀ ଟିକାକରଣ ଡ୍ରାଏ ରନ୍ ଆରମ୍ଭ

ନୂଆଦିଲ୍ଳୀ – ଲୋକଙ୍କୁ ଟିକା ଦେବା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶନିବାର ଠାରୁ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଟିକାକରଣର ଡ୍ରାଏ ରନ୍ (ରିହାର୍ସଲ) ଆରମ୍ଭ ହୋଇଛି । ଟିକାକରଣକୁ ସୁବ୍ୟବସ୍ଥିତ କରିବା ଏଭଳି ଡ୍ରାଏ ରନ୍‌ର ଉଦ୍ଦେଶ୍ୟ । ସବୁ ରାଜ୍ୟ ରାଜଧାନୀର ତିନୋଟି ଲେଖାଏଁ ସ୍ଥାନରେ ଏହି ଟିକାକରଣ ଟ୍ରାଏଲ ହେବ । କିଛି ରାଜ୍ୟର ପଛୁଆ ଓ ଦୂରଦୂରାନ୍ତର ଜିଲ୍ଲାରେ ବି ଏହି ଡ୍ରାଏ ରନ୍ କରାଯିବାକୁ ଥିବାବେଳେ ମହାରାଷ୍ଟ୍ର ଓ କେରଳ ଭଳି ରାଜ୍ୟରେ ଡ୍ରାଏ ରନ୍‌ ବଡ଼ ସହର ମାନଙ୍କରେ ସୀମିତ ରହିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି । ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ‘କୋ-ୱିନ୍‌’ ନାମକ ଏକ ଆପ୍ ପ୍ରସ୍ତୁତ କରାଯାଇଛି । ଟିକାକରଣ ଟ୍ରାଏଲ୍ ବେଲେ ଏହି ଆପ୍ କେତେ ବ୍ୟବହାର ଉପଯୋଗୀ ତାହା ବି ଯାଞ୍ଚ୍ ହେବ ।

Comments are closed.