ଦେଶରେ ଦିନକରେ ୪୮ ହଜାର ୬୪୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୫୬୩ ମୃତ

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଂଟାରେ ୪୮ ହଜାର ୬୪୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ୮୮ ହଜାର ୮୫୧କୁ ବୃଦ୍ଧି ପାଇଛି । ତେବେ ଏଥିରୁ ୭୩ ଲକ୍ଷ ୭୩ ହଜାର ୩୭୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଦେଶରେ ଏବେ ମୋଟ ସକ୍ରିୟ ମାମଲା ସଂଖ୍ୟା ହେଉଛି ୫ ଲକ୍ଷ ୯୪ ହଜାର ୩୮୬ ।

ଗତ ୨୪ ଘଂଟାରେ ଦେଶରେ ୫୬୩ କୋରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । କୋରୋନାଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୯୪ ହଜାର ୩୮୬କୁ ବୃଦ୍ଧି ପାଇଛି ।

Comments are closed.