ଦେଶରେ ୧୦.୫ ଲକ୍ଷ ଲୋକଙ୍କୁ ଦିଆଗଲାଣି ଟିକା, ତୃତୀୟ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ – ଦେଶରେ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଜାରି ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୭ଟା ସୁଦ୍ଧା ଦେଶରେ ୧୦.୫ ଲକ୍ଷ ଲୋକଙ୍କୁ ଟିକା ଲଗାଯାଇ ସାରିଛି । ସର୍ବାଧିକ ଲୋକଙ୍କୁ ଟିକା ଲଗାଇଥିବା ରାଜ୍ୟ ମାନଙ୍କ ମଧ୍ୟରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ରହିଛି । କର୍ଣ୍ଣାଟକରେ ଏଯାବତ୍ ୧.୩୮,୮୦୭ ଲୋକଙ୍କୁ ଟିକା ଦିଆଯାଇଛି । ଏହି କ୍ରମରେ ଆନ୍ଧ୍ର ପ୍ରଦେଶ ଦ୍ୱିତୀୟ ଓ ଓଡ଼ିଶା ତୃତୀୟ ସ୍ଥାନରେ ରହିଛନ୍ତି ।

ଆନ୍ଧ୍ର ପ୍ରଦେଶରେ ୧,୧୫,୩୬୫ ଲୋକଙ୍କ ଟିକାକରଣ ହୋଇଥିବା ବେଳେ ଓଡ଼ିଶାରେ ୧,୧୩,୬୨୩ ଲୋକଙ୍କୁ ଟିକା ଲଗାଯାଇଛି ।

ଗତକାଲି ଦେଶବ୍ୟାପୀ ୨,୩୭,୦୫୦ ଲୋକଙ୍କୁ ଟିକା ଦିଆଯାଇଥିଲା । ଟିକା ହିତାଧିକାରୀଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି । ଭାରତରେ ଟିକାକରଣରେ ସେରମ୍ ଇନ୍‌ଷ୍ଟିଚ୍ୟୁଟର ‘କୋଭିସିଲ୍ଡ’ ଓ ଭାରତ ବାୟୋଟେକର ‘କୋଭାକ୍ସିନ’ ଟିକା ବ୍ୟବହାର କରାଯାଉଛି ।

ଉଲ୍ଲେଖଯୋଗ୍ୟ, ଜାନୁୟାରୀ ୧୬ରେ ଦେଶରେ କୋଭିଡ୍ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସବୁ ସରକାର ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗ କୋଭିଡ୍ ଯୋଦ୍ଧାଙ୍କୁ ଟିକା ଦିଆଯିବ ।

Comments are closed.