ନକ୍ସଲପ୍ରବଣ ଅଞ୍ଚଳ ତାଲିକାରୁ ହଟିଲା ରାଜ୍ୟର ୫ ଜିଲ୍ଲା  | News Room Odisha

ନକ୍ସଲପ୍ରବଣ ଅଞ୍ଚଳ ତାଲିକାରୁ ହଟିଲା ରାଜ୍ୟର ୫ ଜିଲ୍ଲା 

ଭୁବନେଶ୍ୱର: ଆଜି ରାଜ୍ୟର ୫ଟି ଜିଲ୍ଲାକୁ ନକ୍ସଲ ମୁକ୍ତ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୫ ଜିଲ୍ଲାଗୁଡିକ ହେଲା ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ ।

ଏହିସବୁ ଜିଲ୍ଲାରେ ନକ୍ସଲ ଗତିବିଧି କମିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଡିଜି ଅଭୟ । ଆଗକୁ ଓଡ଼ିଶାର ସବୁ ଜିଲ୍ଲାକୁ ନକ୍ସଲ ପ୍ରଭାବରୁ ମୁକ୍ତ କରିବାକୁ ଚେଷ୍ଟା କରାଯିବ  ।

୨୦୧୮ ମସିହାରେ ରାଜ୍ୟ ସରକାର ୬ ଜିଲ୍ଲା ଯାଜପୁର , ଢେଙ୍କାନାଳ, କେନ୍ଦୁଝର, ଗଞ୍ଜାମ, ମୟୁରଭଞ୍ଜ, ଗଜପତି କୁ ନକ୍ସଲ ପ୍ରଭାବରୁ ମୁକ୍ତ ଘୋଷଣା କରିଥିଲେ ।

ଗତ ୨ ବର୍ଷ ଭିତରେ ୧୧ ଜିଲ୍ଲାରୁ  ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇଛି । ମୁଖ୍ୟତହ ଏହା ସମ୍ଭବ ହେଇଛି ରାଜ୍ୟ ସରକାରଙ୍କ କଡା ସୁରକ୍ଷ୍ୟା ବ୍ୟବସ୍ଥା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ତମ ଶାସନ ଫଳରେ ।

CM Naveen PatnaikDGP AbhayDGP OdishaMaoist Activities