ନନ୍ଦିଗ୍ରାମରୁ ଜିତିଲେ ମମତା, ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କୁ ୧୨୦୦ ଭୋଟ୍‌ରେ ହରାଇଲେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି । ଏଠାରେ ମମତା ତାଙ୍କର ପୂର୍ବତନ ସହଯୋଗୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କୁ ୧୨୦୦ ଭୋଟ୍‌ରେ ହରାଇଛନ୍ତି । ଏହି ହାଇ ପ୍ରୋଫାଇଲ ଆସନରେ ସମସ୍ତଙ୍କ ନଜର ରହିଥିଲା । ଉଭୟ ମମତା ଓ ଶୁଭେନ୍ଦୁଙ୍କ ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ଥିଲା । ଆଜି ସକାଳୁ ଭୋଟ୍ ଗଣନା ଆରମ୍ଭ ହେଲା ପରେ ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଏପିରିକି ଦିଦି ପ୍ରାରମ୍ଭିକ ରାଉଣ୍ଡ ଗୁଡିକରେ ପଛରେ ପଡ଼ିଯାଇଥିଲେ । ଶେଷରେ ପ୍ରାୟ ୧୬ ରାଉଣ୍ଡ ଗଣନା ପରେ ମମତାଙ୍କ ଜିତାପଟ ହୋଇଛି । ମମତାଙ୍କ ବିଜୟ ବ୍ୟବଧାନରୁ ଏଠାରେ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ତାଙ୍କୁ ଯେ କଡ଼ା ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବାକୁ ପଡ଼ିଥିଲା ତାହା ସ୍ପଷ୍ଟ ହୋଇଛି ।

ବିଧାନସଭା ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଏହାପରେ ଟିଏମ୍‌ସିର ଅନେକ ନେତା ମଧ୍ୟ ବିଜେପିରେ ସାମିଲ ହୋଇଥିଲେ ।
ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ସବୁ କୌଶଳ ଫେଲ୍ ମାରିଥିବା ବେଳେ ଦିଦିଙ୍କ ଉପରେ ରାଜ୍ୟର ଲୋକ ପୁଣିଥରେ ଭରସା ପ୍ରକଟ କରିଛନ୍ତି । ମମତା କ୍ରମାଗତ ତୃତୀୟ ଥର ସରକାର ଗଠନ କରିବାକୁ ଯାଉଛନ୍ତି ।

Comments are closed.