ନରସଂହାରଠୁ କମ୍ ନୁହେଁ, ଅକ୍ସିଜେନ ଅଭାବରୁ କୋଭିଡ୍ ରୋଗୀଙ୍କ ମୃତ୍ୟୁ ନେଇ ଯୋଗୀ ସରକାରଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ଭର୍ତ୍ସନା

ଆହ୍ଲାବାଦ: ଉତ୍ତର ପ୍ରଦେଶର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ କୋଭିଡ୍ ରୋଗୀଙ୍କ ମୃତ୍ୟୁକୁ ଗମ୍ଭୀରତାର ସହ ନେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ସାମ୍ପ୍ରତିକ ସମୟରେ ହସ୍ପିଟାଲ ଗୁଡିକର ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଉଦାସୀନ ମନୋଭାବକୁ ହାଇକୋର୍ଟ କଡ଼ା ଭର୍ତ୍ସନା କରିଛନ୍ତି । ଅକ୍ସିଜେନ ଅଭାବରୁ ରୋଗୀଙ୍କ ମୃତ୍ୟୁ ନରସଂହାର ଠାରୁ କମ୍ ନୁହେଁ ବୋଲି କୋର୍ଟ କହିଛନ୍ତି ।
ଲକ୍ଷ୍ନୌ ଏବଂ ମୀରଟ୍‌ରେ ଅକ୍ସିଜେନ ଅଭାବରୁ ବହୁ କୋଭିଡ୍ ରୋଗୀଙ୍କ ମୃତ୍ୟୁ ନେଇ ଗଣମାଧ୍ୟମ ରିପୋର୍ଟକୁ ନିଜ ଆଡୁ ସଜ୍ଞାନ ନେଇ କୋର୍ଟ ଏଭଳି କଡ଼ା ଟିପ୍ପଣୀ କରିଛନ୍ତି । ଏଥିସହ ଯେଉଁ ସବୁ ହସ୍ପିଟାଲରେ ଏଭଳି ଘଟଣା ଘଟିଛି, କୋର୍ଟ ତାହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବିଜ୍ଞାନ ଏତେ ଅଗ୍ରଗତି କରିଥିବା ବେଳେ ଆମେ ଲୋକଙ୍କୁ ଏମିତି ମରିବାକୁ କିଭଳି ଦେଇପାରିବା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ଏହାଛଡ଼ା ଅକ୍ସିଜେନ ଅଭାବ ଜନିତ ମୃତ୍ୟୁ ନେଇ ଗଣମାଧ୍ୟମ ରିପୋର୍ଟର ସତ୍ୟତା ନେଇ ତଦନ୍ତ କରିବାକୁ କୋର୍ଟ ଲକ୍ଷ୍ନୌ ଓ ମୀରଟ୍ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.