ନାବାଳିକା ହତ୍ୟା ମାମଲା : ଅଧିକ ତଦନ୍ତ ପାଇଁ ଯଦୁପୁର ପୋଖରୀ ଶୁଖା କାମ ଆରମ୍ଭ କଲା ଏସଆଇଟି

ନୟାଗଡ- ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଧିକ ତଦନ୍ତ ସ୍ୱରୂପ ଗାଁ ପୋଖରୀ ଶୁଖାଇବା କାମ ଆରମ୍ଭ ହୋଇଛି । ଏସଆଇଟି ଉପସ୍ଥିତିରେ ପୋଖରୀରୁ ପାଣି ବାହାର କରାଯାଉଛି । ନାବାଳିକା ପରୀର ମୃତଦେହ ପୋଖରୀ ନିକଟରୁ ଉଦ୍ଧାର ହୋଇଥିଲା । ଏହି ମାମଲାରେ ପୋଖରୀରୁ ଅଧିକ ପ୍ରମାଣ ଯୋଗାଡ କରିବା ପାଇଁ ଆଶା ରଖିଛି ଏସଆଇଟି । ଏଣେ ଏହି ମାମଲାରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ କ୍ରାଇମବ୍ରାଂଚ ଏସଆଇଟି ରିମାଣ୍ଡରେ ନେଇଛି । ନୟାଗଡର ଏକ ଅଜ୍ଞାତ ସ୍ଥାନରେ ଜେରା ଅଭିଯୁକ୍ତକୁ ଜେରା କରୁଛି କ୍ରାଇମବ୍ରାଂଚ୍ ଏସଆଇଟି । ଅଭିଯୁକ୍ତକୁ ତିନି ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି କୋର୍ଟ

Comments are closed.