‘ନାସା ରୋଭର ଚ୍ୟାଲେଂଜ’ ପ୍ରତିଯୋଗିତାରେ ଓଡିଶା ଟିମ୍‌କୁ ତୃତୀୟ ସ୍ଥାନ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ‘ନାସା ରୋଭର ଚ୍ୟାଲେଂଜ’ ନାମକ ଏକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ତୃତୀୟ ସ୍ଥାନ ହାସଲ କରିଛି ଓଡିଶାର ୧୦ ଜଣିଆ ଟିମ୍ । ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରତିଯୋଗିତାରେ ୧୪ରୁ ୧୯ ବର୍ଷ ବୟସର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ଭାରତର ପ୍ରତିନିଧିତ୍ୱ କରିଥିଲା ଓଡିଶାର ଏକ ସ୍କୁଲ ସ୍ତରୀୟ ଟିମ୍ । ଓଡିଶା ଟିମ୍ ମଙ୍ଗଳ ପୃଷ୍ଠରେ ଚାଲିପାରିବା ଭଳି ହ୍ୟୁମାନ ରୋଭର ମଡେଲ୍ ପ୍ରସ୍ତୁତ କରିଥିଲେ । ନବନ୍ୱେଷ ପ୍ରସାର ଫାଉଣ୍ଡେସନ ପକ୍ଷରୁ ୮ ଶହ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କୁ ନେଇ ଟିମ୍ ଗଠିତ ହୋଇଥିଲା ୧୦ ଜଣିଆ ଟିମରେ ଭୁବନେଶ୍ୱରରୁ ୬ ଓ ଅନ୍ୟ ଜିଲ୍ଲାରୁ ୪ ଆଇଟିଆଇ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।

Comments are closed.