ନିଜ ନାଗରିକଙ୍କୁ ଯଥାଶୀଘ୍ର ଭାରତ ଛାଡ଼ିବାକୁ କହିଲା ଆମେରିକା

ନୂଆଦିଲ୍ଲୀ: ବିଗୁଡୁଥିବା କୋଭିଡ୍ ସ୍ଥିତି ଦୃଷ୍ଟିରୁ ଆମେରିକା ନିଜ ନାଗରିକ ମାନଙ୍କୁ ଯଥାଶୀଘ୍ର ଭାରତ ଛାଡ଼ିବାକୁ ପରାମର୍ଶ ଦେଇଛି । ଏନେଇ ନିଜ ନାଗରିକଙ୍କ ପାଇଁ ଆମେରିକା ଲେଭଲ-୪ ନୋଟିସ୍ ଜାରି କରିଛି, ଯାହା ସର୍ବୋଚ୍ଚ ସ୍ତରର ଚେତାବନୀ ଭାବେ ବିବେଚିତ ହୁଏ । ଭାରତକୁ ଅକ୍ସିଜେନ ଯୋଗାଣ ଏବଂ ଅନ୍ୟ ଚିକିତ୍ସା ଉପକରଣର ସହାୟତା ନେଇ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଘୋଷଣାର କିଛିି ଦିନ ପରେ ଆମେରିକା ନିଜ ନାଗରିକଙ୍କ ପାଇଁ ଏଭଳି ଆଡଭାଇଜରୀ ଜାରି କରିଛି ।

ଭାରତରେ କରୋନା ମାମଲା ଏବଂ ମୃତ୍ୟୁସଂଖ୍ୟା ରେକର୍ଡ ସ୍ତରରେ ପହଞ୍ଚିଛି । ଅନେକ ସ୍ଥାନରେ କୋଭିଡ୍‌-୧୯ ଟେଷ୍ଟିଂ ଭିତ୍ତିଭୂମି ମଧ୍ୟ ଭାରାକ୍ରାନ୍ତ ହୋଇପଡିଛି । ହସ୍ପିଟାଲ ଗୁଡିକରେ ଅକ୍ସିଜେନ ସହ ଶଯ୍ୟାର ଅଭାବ ଦେଖାଦେଇଛି । ସଂକ୍ରମଣ ବୃଦ୍ଧି ଯୋଗୁଁ ଭାରତରେ ଚିକିତ୍ସା ବ୍ୟବସ୍ଥା ସୀମିତ ହୋଇଯାଇଛି । ଏଭଳି ସ୍ଥିତିରେ ଭାରତ ଗସ୍ତ ନ କରିବାକୁ ଏବଂ ଯେଉଁମାନେ ଭାରତରେ ଅଛନ୍ତି ସେମାନଙ୍କୁ ତୁରନ୍ତ ଫେରିବାକୁ ଆମେରିକାର ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ ଜାରି ଆଡଭାଇଜରୀରେ କୁହାଯାଇଛି ।

Comments are closed.