ନିର୍ବାଚନ ସରିଲା, ତେଲ ଦର ପୁଣି ବଢିଲା

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି କରାଯାଇଛି। ମଙ୍ଗଳବାର ପେଟ୍ରୋଲ ମୂଲ୍ୟ ୧୫ ପଇସା ଏବଂ ଡିଜେଲ ଲିଟର ପିଛା ୧୯ ପଇସା ବୃଦ୍ଧି ପାଇଛି। ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୦.୫୫ ଟଙ୍କା ଏବଂ ଡିଜେଲ ୮୦.୯୧ ଟଙ୍କା ରହିଛି। ଆଜି ୧୮ ଦିନ ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବଦଳିଛି | ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି।

ଚଳିତ ବର୍ଷ ଜାନୁଆରୀରେ ପେଟ୍ରୋଲ ଏବଂ ଡିଜେଲର ଦର ୧୦ ଗୁଣ ଏବଂ ଫେବୃଆରୀରେ ୧୬ ଗୁଣ ବୃଦ୍ଧି ପାଇଥିବାବେଳେ ମେ ମାସରେ ଆଜି ପ୍ରଥମ ଥର ପାଇଁ ମୂଲ୍ୟ ବୃଦ୍ଧି ହୋଇଛି। ମାର୍ଚ୍ଚରେ ପେଟ୍ରୋଲ-ଡିଜେଲ ଦର ତିନି ଥର ଏବଂ ଏପ୍ରିଲରେ ଥରେ ହ୍ରାସ ପାଇଥିଲା। ଏହାପୂର୍ବରୁ ୨୭ ଫେବୃଆରୀରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯାଇଥିଲା।

Comments are closed.