ନୂଆ ଶିକ୍ଷା ନୀତିର ଅନୁଧ୍ୟାନ କରିବ ବିଜେଡି କମିଟି, ଗାନ୍ଧି ଜୟନ୍ତୀରରୁ ରାଜ୍ୟରେ ମାସେବ୍ୟାପୀ ଆରମ୍ଭ ହେବ କରୋନା ସଚେତନତା ଅଭିଯାନ | News Room Odisha

ନୂଆ ଶିକ୍ଷା ନୀତିର ଅନୁଧ୍ୟାନ କରିବ ବିଜେଡି କମିଟି, ଗାନ୍ଧି ଜୟନ୍ତୀରରୁ ରାଜ୍ୟରେ ମାସେବ୍ୟାପୀ ଆରମ୍ଭ ହେବ କରୋନା ସଚେତନତା ଅଭିଯାନ

ଭୁବନେଶ୍ୱର- ନୂଆ ଶିକ୍ଷା ନୀତିର ଅନୁଧ୍ୟାନ ପାଇଁ କମିଟି ଗଠନ କରିଛି ବିଜେଡି । ବିଧାୟକ ଦଳର ବୈଠକରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ଶିକ୍ଷା ନୀତିରେ ଓଡିଆ ଭାଷାର ସୁରକ୍ଷା ଓ ପ୍ରୋତ୍ସାହନକୁ ସୁନିଶ୍ଚିତ କରାଯିବ । ଗ୍ରାମାଂଚଳ ପିଲାଙ୍କ ଉପରେ ଶିକ୍ଷା ନୀତିର ପ୍ରଭାବକୁ ଆକଳନ କରାଯିବ ବୋଲି ନବୀନ ସୂଚନା ଦେଇଛନ୍ତି । ବୈଠକରେ ରାଜ୍ୟରେ କୋରୋନା ମୁକାବିଲା ନେଇ ମଧ୍ୟ ଆଲୋଚନା ହୋଇଥିଲା । ବିଜେଡି ସୁପ୍ରିମୋ କହିଥିଲେ ଯେ, ରାଜ୍ୟରେ କୋରୋନା ମୁକାବିଲା ଉଲ୍ଲେଖନୀୟ ରହିଛି । ଆଗାମୀ ଦିନରେ ଆମକୁ ଆହୁରି ସତର୍କ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟରେ କୋରୋନାର ସଫଳ ମୁକାବିଲା ପାଇଁ କୋଭିଡ ଯୋଦ୍ଧାମାନଙ୍କୁ ଶ୍ରେୟ ଦେଇଛନ୍ତି ବିଜେଡି ସୁପ୍ରିମୋ । ବିଜେଡି ବିଧାୟକ ଦଳ ବୈଠକରେ ରାଜ୍ୟର କୋଭିଡ ଯୋଦ୍ଧାଙ୍କ ଭୂୟସୀ ପ୍ରଶଂସା କରିଛନ୍ତି ନବୀନ । ଆସନ୍ତା ଗାନ୍ଧି ଜୟନ୍ତୀରୁ ରାଜ୍ୟରେ ମାସେବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରଯିବ ବୋଲି ସୂଚନା ଦେଇଛନ୍ତି ନବୀନ ।