ନେତାଜୀଙ୍କ ୧୨୫ ତମ ଜୟନ୍ତୀ ପାଇଁ ଗଠିତ କେନ୍ଦ୍ରୀୟ ଉଚ୍ଚସ୍ତରୀୟ କମିିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ – ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଉଚ୍ଚସ୍ତରୀୟ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦସ୍ୟ ଅଛନ୍ତି । ଓଡିଶାରୁ ବିଜେଡି ସାଂସଦ ଭର୍ତୃହରି ମହତାବ ମଧ୍ୟ ଏହି କମିଟିରେ ସ୍ଥାନ ପାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ଅନ୍ୟ ସଦସ୍ୟମାନେ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥ ମନ୍ତ୍ରୀ ନିମଳା ସୀତାରମଣ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି , ମିଥୁନ ଚକ୍ରବର୍ତୀ ଓ ଅଭିନେତ୍ରୀ କାଜଲ ।

Comments are closed.