ନେରେଡି ବ୍ୟାରେଜ ପ୍ରକଳ୍ପ ନିର୍ମାଣ ରେ ସହଯୋଗ ଅନୁରୋଧ କରି ନବୀନଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର- ନେରେଡି ବ୍ୟାରେଜ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସହଯୋଗ ପାଇଁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଏଥିପାଇଁ ଆଲୋଚନା କରିବାକୁ ଏକ ତାରିଖ ସ୍ଥିର କରିବା ପାଇଁ ନବୀନଙ୍କୁ ଅନୁରୋଧ କରିଛନ୍ତି ଜଗନ । ଓଡ଼ିଶା ଆସିବ ନବୀନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ଜଗନ । ସେ ଲେଖିଛନ୍ତି ଯେ ନେରେଡି ପ୍ରକଳ୍ପ ଦୁଇ ରାଜ୍ୟର କୃଷକଙ୍କ ପାଇଁ ଲାଭଦାୟକ । ରାୟଗଡ଼ା ର ଗୁଣପୁର ଠାରୁ ୧୬ କିଲୋମିଟର ଦୂରରେ ହେଉଛି ନେରେଡି ପ୍ରକଳ୍ପ । ପ୍ରକଳ୍ପ ଯୋଗୁଁ ଓଡ଼ିଶାର ୧୩୨୬ ଏକର ଜମି ଜଳମଗ୍ନ ହେବା ଆଶଙ୍କା ରହିଛି ବୋଲି ଜଗନ ଚିଠି ରେ ଲେଖିଛନ୍ତି ।

Comments are closed.