ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା : ଅଭିଯୁକ୍ତକୁ ସାବାଳକ ପ୍ରମାଣ ପାଇଁ ଉଦ୍ୟମ ହେବ ବୋଲି କହିଲା ଏସଆଇଟି

ନୟାଗଡ-ବହୁଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ପକ୍ସୋ କୋର୍ଟ ନାବାଳକା ଦର୍ଶାଇବା ପରେ ଏସଆଇଟି ପକ୍ଷରୁ ପ୍ରତିକ୍ରିୟା ଆସିଛି । ଅଭିଯୁକ୍ତକୁ ସାବାଳକ ପ୍ରମାଣ କରିବା ପାଇଁ ଉଦ୍ୟମ କରାଯିବ ବୋଲି ଏସଆଇଟି ପକ୍ଷରୁ କୁହାଯାଇଛି । ୧୬ରୁ ୧୮ ବର୍ଷର ନାବାଳକ କ୍ଷେତ୍ରରେ ନିମ ପରିବର୍ତନ ହୋଇଛି । ଜଘନ୍ୟ ଅପରାଧରେ ଜଡିତ ଥିଲେ ସେମାନଙ୍କୁ ସାବାଳକ ଦର୍ଶାଯାଇପାରିବ । ନିର୍ଭୟା ମାମଲାରେ ଏପରି ଘଟିଥିବା ନେଇ ଉଦାହରଣ ଦେଇଛି ଏସଆଇଟି ।

Comments are closed.