ନୟାଗଡ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟଙ୍କ ପ୍ରେସମିଟ୍ , ଅପରାଧ ନେଇ ଦେଲେ ଚାଂଚଲ୍ୟକର ତଥ୍ୟ

ଭୁବନେଶ୍ୱର- ନୟାଗଡ ଜିଲ୍ଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି ଯେ, ଗିରଫ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଛି । ପ୍ରେସମିଟ୍ କରି ଏସଆଇଟି ମୁଖ୍ୟ ଏହି ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ନାବାଳିକା ପରୀକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରିଥିବା ମାନିଛି । ଘଟଣା ଦିନ ଏକା ଜାମୁକୋଳି ଖାଇବାକୁ ଯାଇଥିଲେ ନାବାଳିକା । ନାବାଳିକା କୋଳି ମାଗିବାରୁ ଅଭିଯୁକ୍ତ ତାକୁ ଘର ଭିତରକୁ ଡାକିଥିଲା । ପୋଷାକ ଖୋଲି ଦୁଷ୍କର୍ମ ଉଦ୍ୟମ କରିବାରୁ ନାବାଳିକା ଚିତ୍କାର କରିଥିଲା । ଧରାପଡିଯିବା ଭୟରେ ନାବାଳିକା ପରୀକୁ ଅଭିଯୁକ୍ତ ତଂଟିଚିପି ହତ୍ୟା କରିଥିଲା ବୋଲି ଏସଆଇଟି ମୁଖ୍ୟ କହିଛନ୍ତି ।

ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା ଅଭିଯୁକ୍ତ । ହୋସ୍ ଆସିବା ପରେ ଅଖାରେ ମୃତଦେହକୁ ପୁରାଇଥିଲା । ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଅଭିଯୁକ୍ତ ଏପରି କାଣ୍ଡ କରିଥିଲା ବୋଲି ଏସଆଇଟି ମୁଖ୍ୟ କହିଛନ୍ତି ।

Comments are closed.