ନୟାଗଡ ନାବାଳିକା ହତ୍ୟା ମାମଲା : ଅଭିଯୁକ୍ତ ସରୋଜର ନାର୍କୋ ଟେଷ୍ଟ ପାଇଁ ପକ୍ସୋ କୋର୍ଟରେ ଏସଆଇଟିର ଆବେଦନ

ଭୁବନେଶ୍ୱର- ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ –ଏସଆଇଟି ଆବେଦନ କରିଛି । ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ପକ୍ସୋ କୋର୍ଟରେ ଆବେଦନ କରିଛି ଏସଆଇଟି । ଏହି ମାମଲାରେ ସରୋଜ ସେଠୀ ହିଁ ଅଭିଯୁକ୍ତ ବୋଲି ଏସଆଇଟି କହିିଛି । ମାମଲାର ଅଧିକ ତଦନ୍ତ ଜାରି ରହିଛି । ହାଇକୋର୍ଟଙ୍କ ତଦାରଖରେ ମାମଲାର ତଦନ୍ତ କରୁଛି ଏସଆଇଟି ।

Comments are closed.