ନୟାଗଡ ନାବାଳିକା ହତ୍ୟା ମାମଲାର ଆଜି ହାଇକୋର୍ଟରେ ଶୁଣାଣି, ଷ୍ଟାଟସ ରିପୋର୍ଟ ଦାଖଲ କରିବ ଏସଆଇଟି

କଟକ- ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ଗାଁର ନାବାଳିକା ପରୀ ହତ୍ୟା ମାମଲାର ଆଜି ଶୁଣାଣି ହାଇକୋର୍ଟରେ ହେବ । ମାମଲାର ତଦନ୍ତ ନେଇ ଆଉ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବ ଏସଆଇଟି । ତଦନ୍ତର ଅଗ୍ରଗତି ନେଇ ହାଇକୋର୍ଟଙ୍କୁ ସଦ୍ୟତମ ସୂଚନା ଦେବ ଏସଆଇଟି । ପୂର୍ବରୁ ବନ୍ଦ ଲଫାଫାରେ ମାମଲାର ତଦନ୍ତର ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲା ଏସଆଇଟି । ଏଣେ ଏସଆଇଟି ଏହି ମାମଲାରେ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିସାରିଛି । ତା ବିରୋଧରେ ପରୀ ହତ୍ୟା ଓ ଦୁଷ୍କର୍ମର ପ୍ରମାଣ ରହିଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି । ମାମଲାର ତଦନ୍ତ ଜାରି ରହିିଛି । ହାଇକୋର୍ଟଙ୍କ ତଦାରଖରେ ମାମଲାର ତଦନ୍ତ କରୁଛି ଏସଆଇଟି ।

Comments are closed.