ନୟାଗଡ ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ହେବ ନାହିଁ

ନୟାଗଡ- ନୟାଗଡ ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତର ନାର୍କୋ ଟେଷ୍ଟ ହେବ ନାହିଁ । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ରାଜି ହୋଇନାହିଁ । ଅଭିଯୁକ୍ତର ସମ୍ମତି ନ ମିଳିବାରୁ ଜୁଭେଇନାଲ ଜଷ୍ଟିସ ବୋର୍ଡ ଏ ନେଇ ଏସଆଇଟିକୁ ଅନୁମତି ଦେଇନାହାନ୍ତି । ଅଭିଯୁକ୍ତର ନାର୍କୋ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା । ଅଭିଯୁକ୍ତକୁ ପୁଣି ଅନୁଗୁଳ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି ।

Comments are closed.