ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ସାର୍ବଜନୀନ ହେଲା ନାବାଳକ ଅଭିଯୁକ୍ତର ଚାଂଚଲ୍ୟକର ସ୍ୱୀକାରୋକ୍ତି

ଭୁବନେଶ୍ୱର- ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ନାବାଳକ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଛି । ସେ ସଂପୃକ୍ତ ନାବାଳିକାକୁ ଦୁଷ୍କର୍ମ କରିବା ପରେ ତଂଟି ଚିପି ହତ୍ୟା କରିଥିଲା । ଘଟଣା ବେଳେ ଘରେ କେହି ନ ଥିବା ଅଭିଯୁକ୍ତ ସ୍ୱୀକାର କରିଛି ।

ନାବାଳିକାକୁ ହତ୍ୟା କରି ତା ମୃତଦେହକୁ ଅଖାରେ ଗୁଡାଇ ଫିଙ୍ଗି ଦେଇଥିଲା ଅଭିଯୁକ୍ତ । ସେ କହିଛି ଯେ, ମୃତଦେହକୁ ନିଜେ ନେଇ ବାରିପଟ ପୋଖରୀ ହୁଡାରେ ପକାଇଥିଲା । ହତ୍ୟା ପରେ ବି ଦୁଷ୍କର୍ମ ଉଦ୍ୟମ କରିଥିଲା ନାବାଳକ ଅଭିଯୁକ୍ତ । ମୃତଦେହ ଫିଙ୍ଗିବା ପରେ ଗାଧୋଇଥିଲା ଅଭିଯୁକ୍ତ । ପୀଡିତା ନାବାଳିକାର ମାଆଙ୍କୁ ସେ ବିଷୟରେ କିଛି ଜାଣି ନ ଥିବା କହିଥିଲା ଅଭିଯୁକ୍ତ । ବହୁଚର୍ଚ୍ଚିତ ଏହି ମାମଲାରେ ନାବାଳକ ଅଭିଯୁକ୍ତର ସ୍ୱୀକାରୋକ୍ତି ଗଣମାଧ୍ୟମରେ ଜାରି କରାଯାଇଛି ।

Comments are closed.