ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ୍ୟଙ୍କ ସୁନ୍ଦରଗଡ ଓ ବରଗଡ ଗସ୍ତ, କୋଭିଡ ସ୍ଥିତିର କଲେ ସମୀକ୍ଷା | News Room Odisha

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ୍ୟଙ୍କ ସୁନ୍ଦରଗଡ ଓ ବରଗଡ ଗସ୍ତ, କୋଭିଡ ସ୍ଥିତିର କଲେ ସମୀକ୍ଷା

ରାଉରକେଲା/ବରଗଡ: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସୀତ ତ୍ରିପାଠୀ ଆଜି ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ଗସ୍ତ କରି କୋଭିଡ ମୁକାବିଲାର ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଶ୍ରୀ ତ୍ରିପାଠୀ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ଶାଳିନୀ ପଣ୍ଡିତଙ୍କ ସହ ପ୍ରଥମେ ରାଉରକେଲା ଗସ୍ତ କରିଥିଲେ । ସେଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସମେତ ଏସପି, ଏଡିଏମ୍ ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ । କେତେକ ଟିଏମସିର ସ୍ଥିତି ଅନୁଧ୍ୟାନ କରିବା ସହିତ ଟେଷ୍ଟିଂ ବ୍ୟବସ୍ଥା ବଢାଇବାକୁ ନିର୍ଦେଶ ଦେଇଥିଲେ । ଏହାଛଡା କୋଭିଡ ହସପିଟାଲ ଗୁଡିକରେ ରୋଗୀ ସଂଖ୍ୟା ଏବଂ ବେଡ୍ ସ୍ଥିତିର ତଥ୍ୟ ନେଇଥିଲେ । ଆସନ୍ତାକାଲି ସୁଦ୍ଧା ଜିଲ୍ଲାରେ ଆଉ ୯୦ଟି ଆଇସିୟୁ ବେଡ୍ ବ୍ରୁଦ୍ଧି କରାଯିବା ସହ ହାଇଟେକରେ ୧୨୦ଟି ଅକ୍ସିଜେନ୍ ବେଡ୍ ବ୍ରୁଦ୍ଧି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେଠାରୁ ଶ୍ରୀ ତ୍ରିପାଠୀ ଏବଂ ଶାଳିନୀ ପଣ୍ଡିତ ବରଗଡ ଗସ୍ତ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡିଶାରେ ବର୍ତମାନ କୋଭିଡ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଥିବାରୁ ସରକାର ସ୍ବତନ୍ତ୍ର ଭାବେ ଫୋକସ୍ କରିଛନ୍ତି ।