ପଶ୍ଚିମ ବଙ୍ଗକୁ ଯାତ୍ରା କରୁଥିବା ଟ୍ରେନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା

ପଶ୍ଚିମବଙ୍ଗ: ଜୁଲାଇ ମାସ ୨୩ ତାରିଖ, ୨୫ ତାରିଖ ଓ ୨୯ ତାରିଖ କୁ ପଶ୍ଚିମ ବଙ୍ଗ ସରକାର ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି ।

ଏଥିପାଇଁ, ଉପରୋକ୍ତ ଦିନମାନଙ୍କରେ ପଶ୍ଚିମ ବଙ୍ଗର ଯେକୌଣସି ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ସୂଚିତ କରାଯାଉଅଛି ଯେ ସରକାରୀ ଓ ବେସରକାରୀ ପରିବହନ ବନ୍ଦ୍ ସହିତ ପଶ୍ଚିମ ବଙ୍ଗକୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଅଛି  I  ଯାତ୍ରୀମାନେ ଏଥିପ୍ରତି ଧ୍ୟାନଦେଇ ସେମାନଙ୍କର ଯାତ୍ରା ସମ୍ବନ୍ଧୀୟ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଉଅଛି I

ବର୍ତ୍ତମାନ, ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଦୁଇଟି ଟ୍ରେନ ଯଥା ୦୨୭୦୪- ଭୁବନେଶ୍ୱର-ହାଓଡ଼ା ଏବଂ ୦୨୨୦୨- ଭୁବନେଶ୍ୱର-ସିଆଲଦା ସ୍ୱତନ୍ତ୍ର ଟ୍ରେନ ଉପରୋକ୍ତ ଦିନମାନଙ୍କରେ ପଶ୍ଚିମ ବଙ୍ଗକୁ ଚଳାଚଳ କରୁଛି I

ଏହା ବ୍ୟତୀତ, ଦୁଇଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଯଥା ୦୨୨୪୬-ଯଶୋବନ୍ତପୁର-ହାଓଡ଼ା ଏବଂ ୦୨୭୦୪- ସିକନ୍ଦରାବାଦ-ହାଓଡ଼ା ସ୍ୱତନ୍ତ୍ର ଟ୍ରେନ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ପଶ୍ଚିମ ବଙ୍ଗକୁ ଯାତ୍ରା କରୁଛି I

ଉପରୋକ୍ତ ଟ୍ରେନ ମାନଙ୍କର ଯାତ୍ରୀମାନେ ପରିସ୍ଥିତିକୁ ଧ୍ୟାନରେ ରଖି ସେମାନଙ୍କର ଯାତ୍ରା ଯୋଜନା ସ୍ଥିର କରିବାକୁ ପରାମର୍ଶ ଦିଆଯାଊଅଛି I

Comments are closed.