ପୁଣି ଏକ ପୁତ୍ର ସନ୍ତାନକୁ ଜନ୍ମଦେଲେ କରୀନା

ମୁମ୍ବାଇ – ସୈଫ୍ ଅଲ୍ଲୀ ଖାନ ଓ କରୀନା କପୁର ପୁଣିଥରେ ପିତାମାତା ହୋଇଛନ୍ତି । କରୀନା ଶନିବାର ରାତିରେ ନିଜ ଦ୍ୱିତୀୟ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଡିଜାଇନର ମନୀଷ ମଲହୋତ୍ରା ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି । ପୁଣିଥରେ ଏକ ସନ୍ତାନର ବାପା-ମା’ ହେବା ପରେ ‘ସୈଫିନା’ଙ୍କୁ ଅଭିନନ୍ଦନର ସୁଅ ଛୁଟିଛି । ପୂର୍ବରୁ ସୈଫ-କରୀନାଙ୍କ ଏକ ପୁଅ ତୈମୁର ଅଛନ୍ତି ।
ଦ୍ୱିତୀୟ ସନ୍ତାନର ଅପେକ୍ଷାରେ ଥିବା ନେଇ ସୈଫ୍ ଓ କରୀନା ଗତବର୍ଷ ଅଗଷ୍ଟରେ ଏକ ଯୁଗ୍ମ ସୋସିଆଲ ମିଡିଆ ପୋଷ୍ଟରେ ଘୋଷଣା କରିଥିଲେ । ଏହି ଘୋଷଣା ପରଠାରୁ କରୀନା ଲଗାତର ନିଜର ଲାଟେଷ୍ଟ୍ ଫଟୋ ସହ ଚର୍ଚ୍ଚାରେ ରହୁଥିଲେ ।

କରୀନା ୨୦୧୬ରେ ନିଜ ପ୍ରଥମ ସନ୍ତାନ ତୈମୁରଙ୍କୁ ଜନ୍ମ ଦେଇଥିଲେ । କରୀନା ଓ ସୈଫ୍ ୨୦୧୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

Comments are closed.