ପୁଣି ବ୍ୟାଟିଂ ଫେଲ, ଚେନ୍ନାଇ ଟେଷ୍ଟରେ ୨୨୭ ରନରେ ହାରିଲା ଭାରତ

ଚେନ୍ନାଇ- ଚେନ୍ନାଇ ଟେଷ୍ଟରେ ଭାରତ୨୨୭ ରନରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି । ବ୍ୟାଟସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପରାଜୟର ମୁଖ୍ୟ କାରଣ ହୋଇଛି । ଆଜି ଟେଷ୍ଟ ମ୍ୟାଚର ଶେଷ ଦିନରେ ଆଜି ଭାରତ ଦ୍ୱିତୀୟ ଇନିଂସରେ ମାତ୍ର ୧୯୨ ରନରେ ଅଲଆଉଟ ହୋଇଯାଇଥିଲା । ୪୨୦ ରନର ଅସମ୍ଭବ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତ ଆଜି ପୂର୍ବଦିନର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ଗୋଟିଏ ୱିକେଟରେ ୩୯ ରନରୁ ଖେଳିବା ଆରମ୍ଭ କରିଥିଲା । କିନ୍ତୁ ପ୍ରଥମ ସେସନରେ ହିଁ ଦଳ ୫ଟି ୱିକେଟ ହରାଇଥିଲା ।

ଗିଲ୍ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ପୂଜାରା, ରାହାଣେ,ପନ୍ତ ଓ ସୁନ୍ଦର ଶୀଘ୍ର ପ୍ୟାଭିଲିଅନ ଫେରିଯାଇଥିଲେ । ଆଣ୍ଡରସନ ଓ ଲିଚ୍‌ଙ୍କ ପେସ-ସ୍ପିନ କମ୍ବିନେସନ ଭାରତର ବିପର୍ଯ୍ୟୟ ଘଟାଇଥିଲେ । ସପ୍ତମ ୱିକେଟରେ କୋହଲୀ ଓ ଅଶ୍ୱିନ କିଛିଟା ସଂଘର୍ଷ କରି ୫୪ ରନ ସଂଗ୍ରହ କରିଥିଲେ । କିନ୍ତୁ ଏହି ଯୋଡି ଭାଙ୍ଗିବା ପରେ ମ୍ୟାଚ ଡ୍ର ପାଇଁ ଭାରତର ଆଶା ମଉଳି ଯାଇଥିଲା । କୋହଲୀ ୭୨ ରନ୍ କରି ଆଉଟ ହୋଇଥିଲେ । ଜ୍ୟାକ ଲିଚ୍ ସର୍ବାଧିକ ୪ଟି ଓ ଆଣ୍ଡରସନ ୩ଟି ୱିକେଟ ନେଇଥିଲେ ।
ଚାରିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ଆସନ୍ତା ୧୨ତାରିଖରୁ ଚେନ୍ନାଇରେ ହିଁ ଖେଳାଯିବ ।

Comments are closed.